ଡାକ୍ତରଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା

0

ପୁରୀ  .- ପୁରୀ ରେଳ ଷ୍ଟେସନ ନିକଟରେ ଥିବା ରେଳବାଇ କଲୋନୀରେ ଜଣେ ଡାକ୍ତରଙ୍କ  ପତ୍ନୀଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ମୃତ ମହିଳାଙ୍କର ନାମ ସୁଜାତା ସାହୁ । ସୁଜାତାଙ୍କର ଗଳାକୁ କେହି କାଟି ଦେଇଛି । ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁଜାତା ରେଳବାଇର ଡାକ୍ତରଖାନାରେ ଡାକ୍ତର ଥିବା ସଞ୍ଜୀବ ସାହୁଙ୍କର ପତ୍ନୀ । ସେ ରେଲବାଇର କ୍ୱାଟର୍ସରେ  ବସବାସ କରନ୍ତି । ଡାକ୍ତର ସଞ୍ଜୀବ ସାହୁ ପୁଅକୁ ସ୍କୁଲକୁ ଛାଡିବା ପାଇଁ ଯାଇ ଆସିବା ପରେ ତାଙ୍କ ପତ୍ନୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ସେ ଏହା ଦେଖିସାରି ପୁଲିସକୁ ଖବର ଦେଇଥିଲେ । ତେବେ ତାଙ୍କ ଘରକୁ କାମ କରିବା ପାଇଁ ଜଣେ ଇଲେକ୍ଟ୍ରିସିଆନ ଆସଥିବା କଥା ପଡ଼ୋଶୀମାନେ ସୂଚନା ଦେଇଛନ୍ତି । ସେ ତାଙ୍କୁ ହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply