ପଇଡ ବୋଝେଇ ଟ୍ରକରୁ ୩୦୧ କିଲୋ ଗଞ୍ଜେଇ ଜବତ

ଜୟପୁର: କୋରାପୁଟ ପୁଲିସ ପଇଡ ବୋଝେଇ ଏକ ଟ୍ରକରୁ ୩୦୧ କିଲୋଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହାକୁ କୋରାପୁଟ ଜିଲାର ଲମତାପୁଟ ଅଞ୍ଚଳରୁ ବୋଝେଇ କରାଯାଇ ଉତ୍ତର ପ୍ରଦେଶର ମିରଟକୁ ଚୋରାରେ ଚାଲାଣ କରାଯାଉଥିଲା। ଟ୍ରକରେ ଗଞ୍ଜେଇ ଚୋରାରେ ଚାଲାଣ କରାଯାଉଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ଜୟପୁର ସଦର ପୁଲିସ ପକ୍ଷରୁ ଉକ୍ତ ଟ୍ରକର ପିଛାକରି ତାହାକୁ ଜୟପୁର ଘାଟିରେ ଅଟକାଇଥିଲେ। ତଲାସି ନିଆଯିବା ପରେ ଟ୍ରକ ଡାଲାରୁ ୩୦୧ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ଟ୍ରକଟି ହରିଆଣାର ବୋଲି ଜଣାଯାଇଛି। ଏହି ଘଟଣାୋର ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Comments are closed.