ବାଲାକୋଟରେ ୩୦୦ ଆତଙ୍କବାଦୀ ଶେଷ ହୋଇଥିବାର ବଡ ପ୍ରମାଣ!

0

ନୂଆଦିଲ୍ଲୀ ..- ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣରେ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଅନେକ ବିରୋଧିଦଳ ନେତା ପ୍ରଶ୍ନ ଉଠାଇଥିବା ବେଳେ ୩୦୦ ଆତଙ୍କବାଦୀ ନିହତ ହୋଇଥିବାର ଏକ ପ୍ରମାଣକୁ ଉପସ୍ଥାପନ କରାଯାଇଛି ।   ରାଷ୍ଟ୍ରୀୟ ବୈଷୟିକ ଅନୁସନ୍ଧାନ ସଙ୍ଗଠନ(ଏନ୍‌ଟିଆର୍‌ଓ) ପକ୍ଷରୁ ବାୟୁସେନାର ଆକ୍ରମଣ ରାତିରେ ସେହି ସ୍ଥାନରେ ୩ଶହ ମୋବାଇଲ୍‌ ଫୋନ୍‌ କ୍ରିୟାଶୀଳ ଅବସ୍ଥାରେ ଥିବା କଥା ସୂଚନା ଦିଆଯାଇଥିଲା । ଏହାପରେ ମିଳିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ସେଠାରେ ବାୟୁସେନାର ଯୁଦ୍ଧ ବିମାନ ମିରାଜ୍‌-୨୦୦୦ ବୋମା ବର୍ଷା କରିଥିଲେ ।

ବିଭିନ୍ନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟୁସେନାକୁ ଆକ୍ରମଣର ଅନୁମତି ମିଳିବା ପରେ ରାଷ୍ଟ୍ରୀୟ ବୈଷୟିକ ଅନୁସନ୍ଧାନ ସଙ୍ଗଠନ(ଏନ୍‌ଟିଆର୍‌ଓ)ର ସାହାଯ୍ୟ ନିଆଯାଇଥିଲା । ସେଠାରେ ୩୦୦ ମୋବାଇଲ୍‌ ଫୋନ୍‌ କ୍ରିୟାଶୀଳ ଥିବା କଥା ରାଷ୍ଟ୍ରୀୟ ବୈଷୟିକ ଅନୁସନ୍ଧାନ ସଙ୍ଗଠନ(ଏନ୍‌ଟିଆର୍‌ଓ) ସୂଚନା ଦେଇଥିଲା । ଏହାପରେ ମିରାଜ୍‌-୨୦୦୦  ଯୁଦ୍ଧ ବିମାନ ଇସ୍ରାଇଲ୍‌ ନିର୍ମିତ ସ୍ପାଇସ୍‌-୨୦୦୦ ବୋମା କ୍ଷେପଣ କରିଥିଲେ । ଏହାର ଓଜନ ଏକହଜାର କିଲୋଗ୍ରାମ । ଏହି ବୋମା ଲେଜ୍‌ର ଗାଇଡେଡ୍‌ ହୋଇଥିବା ବେଳେ ଛାତ କଣା କରି ବିସ୍ଫୋରଣ ହୋଇଥାଏ।  ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କ ସହ ଆତଙ୍କବାଦୀ ନେତା ବି ନିହତ ହୋଇଥିବା ସୂଚନା ମିଳିଛି ।

 

ସୋମବାରରେ କୋଏମ୍ବଟୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନୋଆ ବାଲାକୋଟରେ ଆତଙ୍କବାଦୀ ଶିବିରକୁ ବାୟୁସେନାର ଯୁଦ୍ଧ ବିମାନ ନଷ୍ଟ କରିଥିବା ସ୍ପଷ୍ଟ କରିଛନ୍ତି । କେତେ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି , ସରକାର ସେ ବିଷୟରେ ଭବିଷ୍ୟତରେ ସୂଚନା ଦେବେ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ କି  ପୁଲଓ୍ୱାମା ଆକ୍ରମଣରେ  ୪୦ ଜଣ ସିଆର୍‌ପିଏପ୍‌ ଯବାନ୍‌ ସହିଦ ହେବା ପରେ ସରକାର ବାୟୁସେନାକୁ ଆକ୍ରମଣ ପାଇଁ ଅନୁମତି ଦେଇଥିଲେ ।

Leave A Reply