୩୦୦ଜଣ ମହିଳା କରୋନା ଯୋଦ୍ଧାଙ୍କୁ ଉପଢୌକନ ଦେଇ ସମ୍ମାନିତ କଲେ ଡାବୁଗାଁ ବିଧାୟକ  

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷକ୍ଷଗୁମୁଡା ବ୍ଲକ ରେ କାର୍ଯ୍ୟରତ ମହିଳା ଅଙ୍ଗନବାଡି କର୍ମୀ, ସୁପରଭାଇଜର  ଏବଂ ସିଡିପିଓ ପ୍ରମୁଖ ନିଜ ବ୍ଲକ ଅଂଚଳରେ ମହାମାରୀ କରୋନା ସମୟରେ ନିଜକୁ କରୋନା ଯୋଦ୍ଧା ଭାବେ ଲୋକଙ୍କ ସେବାରେ ଆଜି ପର୍ଯ୍ୟନ୍ତ ଲାଗି ରହିଛନ୍ତି । ଏପରି ସ୍ଥଳେ ଏମାନଙ୍କ ମନ ବଳ ବଢାଇବା ପାଇଁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ କୋଶାଗୁମୁଡା ବ୍ଲକର ୩୦୦ ଜଣ ମହିଳା କରୋନା ଯୋଦ୍ଧାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଛନ୍ତି ଏବଂ ଉପସ୍ଥିତ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ଆଗକୁ ଏପରି ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

Comments
Loading...