ତୃଣମୂଳକୁ ଫେରିଲେ ୩୦୦ ବିଜେପି ସମର୍ଥକ

ବୀରଭୂମ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି ୩୦୦ ବିଜେପି ସମର୍ଥକ। ତୃଣମୂଳକୁ ଫେରାଇ ନେବା ଲାଗି ଏହି ସମର୍ଥକମାନେ ଶୁକ୍ରବାର ଶାସକ ଦଳ କାର୍ଯ୍ୟାଳୟ ଆଗରେ ଅନଶନ କରିଥିଲେ। ପରେ ଏହି ବିଜେପି ସମର୍ଥକଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ ପୂର୍ବକ ପବିତ୍ର କରାଯାଇଥିଲା ଓ ତୃଣମୂଳକୁ ଫେରାଇ ଅଣାଯାଇଥିଲା। ସୈନଥିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଙ୍ଗରାମରେ ଏହି ଦଳ ପରିବର୍ତ୍ତନ କାର୍ଯ୍ୟ ହୋଇଛି। ଅନ୍ୟପଟେ ତୃଣମୂଳ କଂଗ୍ରେସର ତ୍ରିପୁରା ୟୁନିଟ୍ ମୁଖ୍ୟ କହିଛନ୍ତି ​‌ଯେ ୧୫,୦୦୦ ବିଜେପି ସମର୍ଥନ ଦଳ ଛାଡିଲେଣି।

Comments are closed.