ORHDC ଓ ମେଟ୍ରୋ ବିଲ୍ଡର୍ସ ଦୁର୍ନୀତି ମାମଲା: ମହମ୍ମଦ ମୋକିମଙ୍କ ସମେତ ୪ ଜଣଙ୍କୁ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଓ ମେଟ୍ରୋ ବିଲ୍ଡର୍ସ ଦୁର୍ନୀତି ମାମଲାରେ ଗୁରୁବାର ରାୟ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ। ଏହି ମାମଲାରେ କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ତାଙ୍କ ସହ ଓଆରଏଚଡିସିର ପୂର୍ବତନ ଏମଡି ଆଇଏଏସ ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଛି।

ଏମାନଙ୍କ ବ୍ୟତୀତ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାପାତ୍ର ଓ ମେଟ୍ରୋ ବିଲ୍ଡର୍ସ ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ। ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି  । ORHDC ଏମ୍‌ଡି ଥିବା ବେଳେ ବିନୋଦ କୁମାର ଋଣ ଦେଇଥିଲେ।

Comments are closed.