ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ଵ

ରେଙ୍ଗାଲିକ୍ୟାମ୍ପ: ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି, ଗୋପାଳନ ପାଇଁ ଆଗ୍ରହ ସୃଷ୍ଟି କରିବା, ଆବଶ୍ୟକ କ୍ଷେତ୍ର ସୃଷ୍ଟି କରିବା, ଆର୍ଥିକ ସହାୟତା ପାଇଁ ଋଣ ପ୍ରଦାନ କରିବା, ରିହାତି ଦରରେ ଗୋଖାଦ୍ୟ ଯୋଗାଇ ପ୍ରତିଦିନ ଦେଢଲକ୍ଷ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଆଦି ଲକ୍ଷ୍ୟ ନେଇ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘର ସାଧାରଣ ପରିଚାଳକ ଡଃ ସରୋଜ କୁମାର ମିଶ୍ର ଓମଫେଡ଼ ଅଧୀନରେ ଥିବା ଦୁଗ୍ଧ ଉତ୍ପାଦକ ସମିତି ଗୁଡ଼ିକ ପରିଦର୍ଶନ କରିଥିଲେ। ଗୋଡ଼ଭଗା ଦୁଗ୍ଧ ମାର୍ଗର କୁମେଲାସିଂହା ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଉଦେପୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଗର୍ଭଣା ଦୁଗ୍ଧ ଶିତଳକ ଭଣ୍ଡାର, ଜାମପଳି ଦୁଗ୍ଧ ଉତ୍ପାଦକ ସମବାୟ ସମିତି ତଥା ଅତାବିରା ଦୁଗ୍ଧ ମାର୍ଗର ଅତାବିରା ଦୁଗ୍ଧ ଉତ୍ପାଦକ ସମବାୟ ସମିତିକୁ ପରିଦର୍ଶନ କରି ସମିତିର ସଭାପତି, ସମ୍ପାଦକ ତଥା ଦୁଗ୍ଧ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଦୁଗ୍ଧ ଚାଷୀଙ୍କୁ ଘାସ ଚାଷ ପାଇଁ ପ୍ରୋତ୍ସାହନ ଦେବା, ସେମାନଙ୍କର ସମସ୍ୟା ଗୁଡ଼ିକୁ ବୁଝି ତାର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରି ବିହୀତ ବ୍ୟବସ୍ଥା କରିବା ଦ୍ୱାରା ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇ ପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ।

Comments are closed.