ଶ୍ବାସନଳିରେ ମଟର ଚଣା ଭଜା ଲାଗି ତିନି ବର୍ଷର ବାଳକର ମୃତ୍ୟୁ

ଲକ୍ଷ୍ମୀପୁର : ମଟର ଚଣା ଭଜା ଖାଇବା ସମୟରେ ଶ୍ବାସ ନଳିରେ ଲାଗ ଯିବା ଯୋଗୁଁ  ୩ବର୍ଷର ବାଳକର ମୃତ୍ୟୁ ହୋଇଛି।
ମୃତ ବାଳକ ହେଉଛି ଗୌଡଗୁଡା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବିସମାଝିଙ୍କ ପୁଅ ଅରମାନ ବିସମାଝି ବୋଲି ଜଣାପଡିଛି। ଶିକ୍ଷକଙ୍କ ପରିବାର କାକିରିଗୁମାରେ ରହୁଥୁବା ବେଳେ ନାବାଳକର ମା ଘରେ ପୁଅକୁ ଭଜା ମୋଟର ଚଣା ଖାଇବାକୁ ଦେଇ ଅନ୍ୟ ଘର କାମରେ ଲାଗିପଡିଥିଲେ,ତାଙ୍କର ଅନ୍ୟ ପିଲାମାନେ ବାହାରେ ଖେଳୁଥିଲେ, କିଛି ସମୟ ପରେ ମା ପାଖକୁ ପିଲାଟି ଆସି ତଣ୍ଟିରେ  ଚଣା ଲାଗିଲା ଯାଇଛି ବୋଲି କହିଥିଲା। ପାଣି ପିଆଇ ଦେଲେ ଚଣା ଭଜାଟି ପେଟ ଭିତରକୁ ପଳାଇଯିବ ବୋଲି ଭାବି ପିଲାର ମା’ ପାଣି ପିଆଇ ଦେଇଥିଲେ, କିନ୍ତୁ ପିଲାଟି ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ପରିବାରବର୍ଗ ତାଙ୍କ ବାପାଙ୍କୁ ଫୋନ କରି ଜଣାଇବା ପରେ ସେ ଆସିଥିଲେ। ପରେ ପିଲାଟିକୁ କାକିରିଗୁମା ମେଡିକାଲକୁ ନେଇଥିଲେ ସେଠାରେ ପିଲାଟି ଗୁରୁତର ଜାଣି ଲକ୍ଷ୍ମୀପୁର ଯିବାକୁ କୁହାଯାଇଥିଲା। ପରିବାର ଲୋକେ ଗାଡି ଭଡା କରି ଲକ୍ଷ୍ମୀପୁର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ଶ୍ବାସ ନଳିରେ ଦୀର୍ଘ ସମୟ ଧରି ମଟର ଅଟକି ଯାଇଥିବା କାରଣରୁ ପିଲାଟିର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ବାଳକର ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Comments are closed.