ଢେଙ୍କିକୋଟ ଫାଣ୍ଡି ଅଞ୍ଚଳରୁ ଦୁଇ ମହିଳା ଓ ଜଣେ ଯୁବତୀ ନିଖୋଜ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ଜଣେ ମହିଳା ତାଙ୍କ ସ୍ବାମୀ ଓ ଦୁଇ ପୁତ୍ର ସନ୍ତାନକୁ ଘରେ ଛାଡି ଗତ ରବିବାରରୁ କୁଆଡେ ନିଖୋଜ ହୋଇଯାଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି । ସେହିପରି କଟରାବେଡା ଗ୍ରାମରେ ଜଣେ ୨୨ ବର୍ଷୀୟା ମହିଳା ମଧ୍ୟ ତାଙ୍କର ୨ ସନ୍ତାନକୁ ଛାଡ଼ି କୁଆଡେ ନିଖୋଜ ଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ କଟରାବେଡା ଗ୍ରାମର ଜଣେ ୧୬ ବର୍ଷୀୟା ଯୁବତୀ ଗତ ୨୧ତାରିଖରୁ କୁଆଡେ ନିଖୋଜ ହୋଇଯାଇଥିବା ପୁଲିସରେ ଅଭିଯୋଗ ହୋଇଛି । ସପ୍ତାହକ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଯୁବତୀ ନିଖୋଜ ଅଭିଯୋଗ ପାଇବା ପରେ ପୁଲିସ ଏବେ ଫେରାର ମହିଳା ଓ ଯୁବତୀଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି।

Comments are closed.