ବଜାରକୁ ଆସିଲା ତିନି ଚକିଆ ସ୍କୁଟର

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ୟାମହା’ ନିଜର ତିନି ଚକିଆ ସ୍କୁଟରର ବଜାର ପ୍ରବେଶ କରାଇଛି। ପୂର୍ବରୁ ସାଧାରଣତଃ ଦୁଇ ଚକିଆ ସ୍କୁଟର ଲୋକମାନେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେଣୁ ‘ୟାମହା’ର ତିନି ଚକିଆ ଯାନକୁ ନେଇ ଲୋକମାନଙ୍କ ମଧ୍ୟରେ ଏକ ନୂତନ ଧାରଣା ସୃଷ୍ଟି ହୋଇଛି। ଏହି ସ୍କୁଟରରେ ଇନସ୍ପାଡ ବ୍ୟବସ୍ଥା ଦିଆଯାଇଛି। ଯାହା ଦ୍ୱାରା ଏହି ସ୍କୁଟର ବହୁତ ବଡ ଦେଖାଯାଉଛି। ଏହାବ୍ୟତୀତ ସ୍କୁଟରରେ ଏଲଇଡି ଲାଇଟ୍‍, ବୈଦୋତିକ ନୀଳ ଏକସେଣ୍ଟ, ବ୍ରିଜଷ୍ଟୋନ ଚକ, ୩ଡି ପ୍ରିଣ୍ଟେଡ୍‍ ସିଟ୍‍ ଦିଆଯାଇଛି।
ସ୍କୁଟରର ସମ୍ମୁଖ ଭାଗରେ ହିଁ ଦୁଇଟି ଚକ ରହିଛି। ଗାଡି ଚାଳକ ପାଇଁ ଭଲ ବ୍ୟବସ୍ଥା ଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାପୂର୍ବରୁ ବଜାରରେ ଚାରି ଚକିଆ ସ୍କୁଟର ପ୍ରବେଶ ହୋଇଥିବା ଦେଖିବାକୁ ମିଳିଥିଲା।

Leave A Reply