କୁଲ୍‌ଗାମରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲା ଅନ୍ତର୍ଗତ କାଜିଗୁଣ୍ଡରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ଲୋଅର ମୁଣ୍ଡା ଅଞ୍ଚଳରେ କିଛି ଆତଙ୍କବାଦୀ ସକ୍ରିୟ ଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଥିଲେ। ଏହା ପରେ ସେନାର ୧୯ ଆରଆର, ଏସଓଜି ଏବଂ ସିଆରପିଏଫର ମିଳିତ ଟିମ୍‌ ସୋମବାର ସକାଳ ପ୍ରାୟ ୮ଟାରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଯେଉଁ ଅଞ୍ଚଳରେ ଆତଙ୍କୀମାନେ ଲୁଚି ରହିଥିଲେ ସେହି ଅଞ୍ଚଳକୁ ଯବାନମାନେ ଘେରି ଯାଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।

Comments are closed.