ପୁଲୱାମାରେ ୩ ଆତଙ୍କି ନିପାତ; ତଲାସି ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମାରେ ଭାରତୀୟ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ପୁଲୱାମାର ଚନ୍ଦଗାମ୍‍ ଅଞ୍ଚଳରେ ଏହି ଘଟଣା ଘଟିଛି । ନିହତ ତିନି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନି ନାଗରିକ ରହିଥିବା ଜଣାଯାଇଛି । ମୃତ ଆତଙ୍କବାଦୀଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ, ୨ଟି ଏମ-୪ କାର୍ବାଇନ ଏବଂ ଗୋଟିଏ ଏକେ ସିରିଜ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି । କାଶ୍ମୀର ପୁଲିସ ଆଇଜି କହିଛନ୍ତି ଯେ ବର୍ତ୍ତମାନ ମଧ୍ୟ ସୁରକ୍ଷାବାହିନୀ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚନ୍ଦଗାମ୍‍ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି ।

Comments are closed.