ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲାରେ ଶନିବାର ସକାଳେ ଯବାନ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କୀଙ୍କ ପରିଚୟ ମିଳିପାରି ନାହିଁ।

ହର୍ଦମାଙ୍ଗୁରୀର ଖୁର ବାତପୋରା ଅଞ୍ଚଳରେ ୪ ଆତଙ୍କୀ ଲୁଚି ରହିଥିବା ପୁଲିସକୁ ସୂଚନା ମିଳିଥିଲା। ତାହାକୁ ଆଧାର କରି ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଯବାନଙ୍କ ସହିତ ପୁଲିସ ପକ୍ଷରୁ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କୀମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ। ସକାଳ ୮ଟା ସୁଦ୍ଧା ଗୁଳିବିନିମୟ ଜାରି ରହିଥିବାବେଳେ ୩ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.