ଆତଙ୍କବାଦୀଙ୍କ ୩ ସହଯୋଗୀ ଗିରଫ

0

ଜାମ୍ମୁ-କାଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ୩ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଆଇଇଡି ପ୍ରସ୍ତୁତ କରିବା ସାମଗ୍ରୀ ଜବତ କରାଯାଇଛି। ଏହି ଆତଙ୍କବାଦୀ ସହଯୋଗୀମାନେ ହିଜବୁଲ ଆତଙ୍କୀ ସଂଗଠନ ପାଇଁ କାମ କରୁଥିଲେ।

ଗୁଇନ୍ଦା ତଥ୍ୟ ଅନୁସାରେ ଅବନ୍ତୀପୋରା ପୁଲିସ, ସେନାର ୪୨ ଆରଆର ଏବଂ ସିଆରପିଏଫର ୧୮୦ ବାଟାଲିଅନ ପକ୍ଷରୁ ମିଳିତ ଅପରେଶନ କରାଯାଇ ତ୍ରାଲର ୨ଟି ସ୍ଥାନରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ୩ ସହଯୋଗୀଙ୍କୁ ଗିରଫ କରିବାରେ ସୁରକ୍ଷା କର୍ମୀ ସଫଳ ହୋଇଥିଲେ।

ଗିରଫ ଆତଙ୍କବାଦୀ ସହଯୋଗୀମାନେ ତ୍ରାଲ ଏବଂ ଅବନ୍ତୀପୋରା ଅଞ୍ଚଳରେ ହିଜବୁଲ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଯୋଗାଇବା ସହିତ ଆତ୍ମଗୋପନ ପାଇଁ ସହଯୋଗ କରୁଥିଲେ। ପଚରାଉଚରା ସମୟରେ ଡଡସରା ଗାଁର ଏକ ଘରୁ ଆଇଇଡି ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଥିଲା। ସେଥିରେ ୮ଟି ଇଲେକ୍ଟ୍ରିକ୍‌ ଡେଟୋନେଟର, ୭ଟି ସୁଇଚ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା।

Viagra Afrique du Sud. Viagra sans un. Cialis dosage habituel. best online casino Acheter propecia en ligne canada.

Leave A Reply