୩ ଆତଙ୍କୀ ଶିବିର ଧ୍ଵଂସ ହୋଇଛି, ୬ରୁ ୧୦ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି: ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଆକ୍ରମଣ ବିଷୟରେ ମୁହଁ ଖୋଲିଛନ୍ତି ସେନା ମୁଖ୍ୟ ବିପିନ ରାଓତ। ରାଓତ କହିଛନ୍ତି, ଭାରତୀୟ ସେନା ସୀମା ଅତିକ୍ରମ କରି ପିଓକେର ୩ଟି ଆତଙ୍କବାଦୀ ଶିବିରକୁ ଧ୍ଵଂସ କରିଛି। ଆକ୍ରମଣରେ ୬ରୁ ୧୦ ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଛନ୍ତି।

ସେ କହିଛନ୍ତି, ଶନିବାର ସନ୍ଧ୍ୟାରେ ଟାଙ୍ଗଧର ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରାଗଲା। ଆମେ ଏହାକୁ ପ୍ରତିହତ କଲୁ। ଏହା ପରେ ପାକିସ୍ତାନୀ ସେନା ଆମ ସେନା ଶିବିର ଉପରେ ଆକ୍ରମଣ କଲା। କିନ୍ତୁ ସେମାନେ ଅନୁପ୍ରବେଶ କରିବା ପୂର୍ବରୁ ଆମେ ସୀମା ଆରପଟେ ଥିବା ଆତଙ୍କୀ ଶିବିରକୁ ଟାର୍ଗେଟ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆର୍ଟିଲରୀ ବନ୍ଧୁକ ସହାୟତାରେ ସେନା ଆକ୍ରମଣ କରିଥିଲା। ଟାଙ୍ଗଧର ସେକ୍ଟର ଆରପଟେ ପିଓକେରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦେଶରେ ଅଶାନ୍ତି ଏବଂ ହିଂସା ସୃଷ୍ଟି କରିବା ଲାଗି ଆତଙ୍କବାଦୀମାନେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ବୋଲି ରାଓତ କହିଛନ୍ତି।

Comments are closed.