କରୋନା ସ୍ଥିତି ଅଣାୟତ୍ତ: ୩ ରାଜ୍ୟରେ ୫୬% ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୋମବାର ୬୭ ହଜାର ୨୭୪ରେ ପହଞ୍ଚିଛି। ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ୩ଟି ରାଜ୍ୟରେ ୩୭ ହଜାର ୫୭୦ ରୋଗୀ ରହିଛନ୍ତି, ଯାହା ମୋଟ ରୋଗୀଙ୍କର ପ୍ରାୟ ୫୬% ବୋଲି ଜଣାପଡ଼ିଛି। ଏହି ୩ ରାଜ୍ୟରେ ଏବେ କରୋନା ଭୂତାଣୁର ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ମନେ ହେଉଛି।

ଏହି ୩ଟି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲନାଡୁ। ଏହି ରାଜ୍ୟଗୁଡ଼ିକରେ ପ୍ରତିଦିନ ବହୁ ସଂଖ୍ୟାରେ  ନୂଆ ରୋଗୀ ଚିହ୍ନଟ ହେଉଥିବାବେଳ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହି ରାଜ୍ୟରେ କରୋନା ପ୍ରକୋପ ସର୍ବାଧିକ। ଏଠାରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୧୭୧ରେ ପହଞ୍ଚିଲାଣି। ସେହିପରି ମୃତ୍ୟୁ ସଂଖ୍ୟାରେ ବି ଏହି ରାଜ୍ୟ ଶୀର୍ଷରେ ରହିଛି। ଏଠାରେ ଏଯାଏ ୮୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ରାଜ୍ୟ ପଛକୁ ରହିଛି ଗୁଜରାଟ। ଏଠାରେ ୮୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୯୩ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ୩ୟ ରାଜ୍ୟ ଭାବେ ତାମିଲନାଡୁରେ ୭୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମହାରାଷ୍ଟ୍ର ଏବଂ ଗୁଜରାଟ ତୁଳନାରେ ଏଠାରେ ମୃତ୍ୟୁ ହାର୍‌ କମ୍‌ ରହିଛି। ଏଠାରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.