ମର୍ମନ୍ତୁଦ ଦୁର୍ଘଟଣା ; ୩ ସେନା କର୍ମଚାରୀ ମୃତ , ୫ ଆହତ

ଜୟପୁର : ରାଜସ୍ଥାନର ଗଙ୍ଗାନଗର ଜିଲାରେ ଗୁରୁବାର ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାଜିୟାସର ନିକଟରେ ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେନାଙ୍କୁ ନେଇ ଯାଉଥିବା ଏହି ଗାଡି ହଠାତ ଭାରସାମ୍ୟ ହରାଇ ଓଲଟି ପଡି ନିଆଁ ଲାଗିଯିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ନିଆଁ ଲାଗିବା ମାତ୍ରେ ୫ ଜଣ ଗାଡିରୁ ବାହାରି ଆସିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ ଜଣ ଫସି ଯାଇଥିଲେ। ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଓ ଅଧିକାରୀ ପହଞ୍ଚିବା ସହ ଘଟଣାର ତଦନ୍ତ କରାଯାଉଛି।

 

Comments are closed.