ମାଉଣ୍ଟ ଅନ୍ନପୂର୍ଣ୍ଣାରେ ୩ ରୁଷୀୟ ପର୍ବତାରୋହୀ ନିଖୋଜ

କାଠମାଣ୍ଡୁ: ନେପାଳରେ ଅବସ୍ଥିତ ମାଉଣ୍ଟ ଅନ୍ନପୂର୍ଣ୍ଣା ଆରୋହଣ ସମୟରେ ୩ ରୁଷୀୟ ପର୍ବତାରୋହୀ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏହି ପର୍ବତାରୋହୀମାନଙ୍କ ନାମ ହେଉଛି ସର୍ଗେଇ କୋଂଡ୍ରାସ୍କିନ, ଆଲେକ୍‌ଜାଣ୍ଡର ଲୁଥୋକିନ୍‌ ଏବଂ ଦିମିତ୍ରୀ ସିନେଭ। ଏହା ଜଣାପଡ଼ିବା ପରେ ମାଉଣ୍ଟ ଅନ୍ନପୂର୍ଣ୍ଣାରେ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି।

୮୦୯୧ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ଅନ୍ନପୂର୍ଣ୍ଣା ନେପାଳର ଏକ ଲୋକପ୍ରିୟ ପର୍ବତ। ଟ୍ରେକିଂ ପାଇଁ ଏହି ପର୍ବତ ବେଶ୍‌ ପ୍ରସିଦ୍ଧ। ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏଠାକୁ ଟ୍ରେକିଂ ପାଇଁ ଆସିଥାନ୍ତି। ଉତ୍ତର-ମଧ୍ୟ ନେପାଳରେ ହିମାଳୟ ପର୍ବତର ଏହା ଏକ ଅଂଶ। ଗତବର୍ଷ ଏପ୍ରିଲରେ ଏହି ପର୍ବତରେ ହିମସ୍ଖଳନ ଘଟିଥିଲା, ଯେଉଁଥିରେ ଦକ୍ଷିଣ କୋରିଆର ୨ ପର୍ବତାରୋହୀ ପ୍ରାଣ ହରାଇଥିଲେ।

Comments are closed.