MEllora 950×100

ଦିନ ୩ଟା ମୁଖ୍ୟ ଖବର

ଚିଟ୍ଟାଗଙ୍ଗରେ ବିରାଟ କୋହଲିଙ୍କ ଦମ୍‌‌ଦାର୍‌‌ ଶତକ.. ୮୫ଟି ବଲ୍‌‌ରେ ଶତକ ପୂରଣ କଲେ ବିରାଟ.. ୨୦୧୯ ଅଗଷ୍ଟ ପରେ ଦିନିକିଆରେ କୋହଲିଙ୍କ ଶତକ..

ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ୱିଶତକ.. ଚିଟ୍ଟାଗଙ୍ଗରେ ଓପ୍‌‌ନର ଇଶାନ କିଶନଙ୍କ ଦ୍ୱିଶତକ.. ମାତ୍ର ୧୨୬ଟି ବଲ୍‌‌ରୁ ୨୩ ଚୌକା ଓ ୯ ଛକା ଜରିଆରେ ଦ୍ୱିଶତକ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା.. ଇଡିକୁ ପୁଲିସର ତଥ୍ୟ ହସ୍ତାନ୍ତର .. କୋର୍ଟଙ୍କ ନିର୍ଦ୍ଦେଶ ପରେ ଇଡିଙ୍କୁ ତାଲିକା ଓ ତଥ୍ୟ ହସ୍ତାନ୍ତର କଲା ଖଣ୍ଡଗିରି ପୁଲିସ୍‌‌..

ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବାକୁ ପଡ଼ିବ.. ୪ ବର୍ଷ ପଢ଼ିବା ପରେ ମିଳିବ ସ୍ନାତକରେ ଅନର୍ସ ଡିଗ୍ରୀ.. ଜାତୀୟ ଶିକ୍ଷା ନୀତି(ଏନଇପିରେ ରହିଛି ୪ ବର୍ଷିଆ ପାଠ୍ୟକ୍ରମ

ଛାତ୍ରଛାତ୍ରୀମାନେ ଇଚ୍ଛା ଅନୁସାରେ ୩ ବର୍ଷ କିମ୍ବା ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ପଢ଼ିବେ..  ବର୍ଷକ ପାଠପଢ଼ା ଶେଷରେ ଗୋଟିଏ ପ୍ରମାଣପତ୍ର ମଧ୍ୟ ମିଳିବ..

୪ଟି ସେମିଷ୍ଟାର ଅର୍ଥାତ ୨ ବର୍ଷ ପରେ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯିବ .. ୩ବର୍ଷ ତଥା ୬ଟି ସେମିଷ୍ଟାର ଶେଷରେ ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ .. ଅନର୍ସ କିମ୍ବା ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ୪ ବର୍ଷ(୮ଟି ସେମିଷ୍ଟାର) ଜରୁରୀ..

ଏସ୍‌ଓଜି ଯବାନଙ୍କୁ ମିଳିଛି ବଡ ସଫଳତା.. କଳାହାଣ୍ଡିର ଲାଞ୍ଜିଗଡ ବ୍ଲକର ବିଜେପୁର ଥାନା ଅଞ୍ଚଳର ପାହାଡପଦର ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ କାଞ୍ଚନ ମୁହିଁ ଗ୍ରାମ ନିକଟରେ ମାଓ କ୍ୟାମ୍ପ ଧ୍ବଂସ.. ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ..

ସାଲେପୁର : ନେମାଳ ଲେଣ୍ଡୁରା ଭଗବାନପୁର ହତ୍ୟା ଘଟଣାରେ ନୂଆ ମୋଡ .. ନାବାଳକ ନାତି ଜେଜେଙ୍କୁ ହତ୍ୟା ଓ ଜେଜିମାଙ୍କୁ ଆକ୍ରମଣ କରିଥିବା ନେଇ ସୂଚନା.. ଟଙ୍କା ଓ ସୁନା ହାତେଇବା ଲକ୍ଷ୍ୟରେ ନାବାଳକ ନାତିର ଜଘନ୍ୟ କାଣ୍ଡ .. ଅଭିଯୁକ୍ତ ନାବାଳକ ବୃଦ୍ଧ ଦମ୍ପତିଙ୍କ ପୁତୁରାର ପୁଅ ହୋଇଥିବା ନେଇ ସୂଚନା..

Comments are closed.