ଅପରାହ୍ନ ୩ଟା ମୁଖ୍ୟ ଖବର

କଟକ : ବିଏଆରଏଫଆଇ ପ୍ରକଳ୍ପକୁ ନେଇ ଏନ୍‍ଜିଟି ନିର୍ଦ୍ଦେଶ ପରେ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା, ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ୍ୱ ନାହିଁ, ୩୪ ଏକର ଜାଗାରେ ହେବ ବାଲିଯାତ୍ରା ,ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ –କଟକ ଜିଲ୍ଲାପାଳ

କଟକ : ଆଠଗଡ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ପାଇଁ ଦିନ ଧାର୍ଯ୍ୟ ; ପଞ୍ଚୁକ ଓ ବଡ ଓଷା ପାଳନ ନେଇ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି, ଅକ୍ଟୋବର ୧୦ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ, ନଭେମ୍ବର ୬ରେ ବଡ ଓଷା ; ୭ ତାରିଖ ସକାଳେ ମିଳିବ ଗଜଭୋଗ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୨୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୪୫, ସଙ୍ଗରୋଧରୁ ୧୧୭, ସ୍ଥାନୀୟ ୮୫

ଆଜି ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି ସରକାର ; ସମସ୍ତ ୩୦ ଜିଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି

ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ, ଅନନ୍ତ ଦାସଙ୍କୁ ବାଲେଶ୍ୱର,ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ ଦାୟିତ୍ୱ

ଦେଶରେ ଆଉ ୫ ହଜାର ୩୭୫ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୫୫,୮୩୭ କୁ ବୃଦ୍ଧି
ଆଉ ୬,୪୨୪ ଆକ୍ରାନ୍ତ ସୁସ୍ଥ ହୋଇ ହୋଇଥିବା ବେଳେ ମୋଟ ୪,୩୯,୮୪,୬୯୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି; ଆରୋଗ୍ୟ ହାର ୯୮.୭୨%

Comments are closed.