ରାଜ୍ୟରେ ତିନି ଓମିକ୍ରନ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା

ଭୁବନେଶ୍ୱର, : କୋଭିଡ ୧୯ର ନୂଅ ଭ୍ୟାରିଏଂଟ ଓମିକ୍ରନ ଯୋଗୁଁ ତୃତୀୟ ଲହରର ଆଶଙ୍କା ଦେଖା ଦେଇଛି । ହେଲେ ରାଜ୍ୟର ତିନି ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନେ ଚିକିତ୍ସିତ ହେଉଥିବା କୋଭିଡ୍‌ ହସ୍‌ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜଧାନୀରେ ଥିବା ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌ରେ ନାଇଜେରିଆ ଫେରନ୍ତା ଜଣେ ମହିଳାଙ୍କ ସମେତ ଦୁଇ ଜଣ ନାବାଳିକାଙ୍କର ଚିକିତ୍ସା ଚାଲିଥିଲା ।

ମଙ୍ଗଳବାରରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନେ ଓଡ଼ିଶା ଫେରିବା ପରେ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣା ପଡିଥିଲେ । ପରେ ସେମାନେ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛିଥିଲା । ସେମାନଙ୍କର ସ୍ୱାବକୁ ଜିନୋମ୍‌ ସ୍ୱିକିଏନ୍ସ ପାଇଁ ପଠାଯାଇଥିଲା । ଓମିକ୍ରନ ଆକ୍ରାନ୍ତ ଜଣାପଡିବା ପରେ ସେମାନଙ୍କୁ ଚିକିତ୍ସା ଆରମ୍ଭ ହୋଇଥିଲା ।

ସାରା ଭାରତରେ ଏବେ ଓମାଇକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫ ହୋଇଥିବା ବେଳେ ଓଡ଼ିଶାରେ ବର୍ତମାନ ସୁଦ୍ଧା ୬୧ ଜଣ ଓମାଇକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପୂର୍ବରୁ ଜଣେ ଓମାଇକ୍ରନ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାର ରାତିରେ ତିନି ଜଣ ସୁସ୍ଥ ହୋଇଛନ୍ତି ।

Comments are closed.