ସିଲିଣ୍ଡର ବିସ୍ଫୋରଣ: ପରିବାରର ୩ ମୃତ, ୬ ଗୁରୁତର

ଗ୍ବାଲିଅର: ମଧ୍ୟପ୍ରଦେଶର ଗ୍ବାଲିଅରରେ ଗୁରୁବାର ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ଏକ ପରିବାର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳି ନ ଥିବାବେଳେ ରୋଷେଇ କରିବା ସମୟରେ ସିଲିଣ୍ଡରରେ ନିଆଁ ଲାଗି ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Comments are closed.