୩ ଆକ୍ରାନ୍ତଙ୍କ କଲକାତା ଲିଙ୍କ: ବାସୁଦେବପୁରର ତିନି ପଞ୍ଚାୟତକୁ ସିଲ କଲା ପ୍ରଶାସନ

ଭୁବନେଶ୍ଵର/ଭଦ୍ରକ: ଭଦ୍ରକ ଜିଲାର ବାସୁଦେବପୁର ବ୍ଲକରେ ବୁଧବାର ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ମିଳିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ମିଳିଛି। ନିକଟରେ ଭଦ୍ରକରେ ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିଲେ ସେମାନଙ୍କ ସହିତ ମିଶି ଏମାନେ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ୩ ଆକ୍ରାନ୍ତ ହେଉଛନ୍ତି ପୁରୁଷ। ଜଣଙ୍କ ବୟସ ୪୦ ବର୍ଷ ହୋଇଥିବାବେଳେ ଜଣେ ୫୫ ଏବଂ ଅନ୍ୟ ଜଣେ ୩୫ ବର୍ଷୀୟ ବ୍ୟକ୍ତି।

ଅନ୍ୟପଟେ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ୩ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ତାହାକୁ ସିଲ୍‌ କରିଦିଆଯାଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି। ଏହି ପଞ୍ଚାୟତଗୁଡ଼ିକ ହେଲା ଜୋନ-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ, ଏରତାଲ, ଜୋନ-୨ରେ ଖରିଦା, ବିନାୟକପୁର, ଜୋନ-୩ରେ ଲକ୍ଷ୍ମୀଦାସପୁର, ବାଲିମେଡ ଏବଂ ଜୋନ-୪ରେ ଅଧୂଆଁ ପଞ୍ଚାୟତ ରହିଛି। ଏହି ପଞ୍ଚାୟତଗୁଡ଼ିକ ଅଧୀନରେ ୨୨ଟି ଗାଁ ରହିଛି।

Comments are closed.