ତିନି ପ୍ରମୁଖ ଅଧିକାରୀଙ୍କୁ ଦାୟିତ୍ବ ବାଣ୍ଟିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ଡଃ ପ୍ର​ମୋଦ କୁମାର ମିଶ୍ର ଓ ପି.କେ ସିହ୍ନା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ ହେବା ପରେ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ଏଥିସହିତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସ୍ବତନ୍ତ୍ର ଦାୟିତ୍ବ ପ୍ରଦାନ କରାଯାଇଛି। ତିନି ଅଧିକାରୀଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦେଶନାମା ଅନୁସାରେ ପ୍ରମୁଖ ସଚିବ ଡଃ ମିଶ୍ର ବିଭିନ୍ନ ନୀତି ନିର୍ଦ୍ଧାରଣ ପ୍ରସଙ୍ଗ ସହିତ ଆଇନ ଓ କାର୍ମିକ ମନ୍ତ୍ରଣାଳୟ, କ୍ୟାବିନେଟର ନିଯୁକ୍ତି କମିଟି ଓ ଅନ୍ୟ ନିଯୁକ୍ତି ଆଦି ଦାୟିତ୍ବ ସମ୍ଭାଳିବେ। ଏହି ବିଭାଗର ନୀତି ନିର୍ଦ୍ଧାରଣ ଦାୟିତ୍ବ ମଧ୍ୟ ତାଙ୍କର। ଏଥିସହିତ କ୍ୟାବିନେଟ ସଚିବାଳୟ, କେନ୍ଦ୍ର କ୍ୟାବିନେଟ ବୈଠକର ସୂଚୀ ନିର୍ଦ୍ଧାରଣ, ଦୁର୍ନୀତି ନିବାରଣ ବିଭାଗ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହାନିଲାଭ ମଧ୍ୟ ସେ ବୁଝିବେ। ସେହିପରି ଡୋଭାଲଙ୍କ ଉପରେ ଜାତୀୟ ସୁରକ୍ଷା ସଂକ୍ରାନ୍ତ ସମସ୍ତ ନୀତି ନିର୍ଦ୍ଧାରଣ ଦାୟିତ୍ବ ଅର୍ପଣ କରାଯାଇଛି। ଏ ସଂକ୍ରାନ୍ତ ସମସ୍ତ ନିଯୁକ୍ତି ଦାୟିତ୍ବ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ। ଏଥିସହିତ ବୈଦେଶିକ ମନ୍ତ୍ରଣାଳୟ, ବହିର୍ଦେଶୀୟ ଭାରତୀୟ ବ୍ୟାପାର, ପ୍ରତିରକ୍ଷା, ମହାକାଶ, ଆଣବିକ ଶକ୍ତି, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ, ରାସାୟନିକ ଅସ୍ତ୍ର କର୍ତ୍ତୃପକ୍ଷ ଓ ଗୁଇନ୍ଦା ବିଭାଗର ନୀତି ନିର୍ଦ୍ଧାରଣ ଦାୟିତ୍ବ ଡୋଭାଲଙ୍କ ଉପ​‌ରେ ନ୍ୟସ୍ତ ହୋଇଛି। ସେ ମଧ୍ୟ ନାଗା ବିଦ୍ରୋହୀଙ୍କ ସହିତ ଆଲୋଚନା କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଅପରପକ୍ଷରେ ପି.କେ ସିହ୍ନା ଉପରୋକ୍ତ ଦୁଇ ଜଣଙ୍କ ଦାୟି୍ତ୍ବକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ବିଷୟ ବୁଝିବେ। ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ସଂସ୍ଥାର ନୀତି ନିର୍ଦ୍ଧାରଣ ଦାୟିତ୍ବ ସିହ୍ନାଙ୍କୁ ଅର୍ପଣ କରାଯାଇଛି।

Leave A Reply