ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି। ଆଜି ମୃତ୍ୟୁ ବରଣ କରିଥିବା ସମସ୍ତ ୩ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ରାଜ୍ୟରେ ମହାମାରୀ କରୋନାରେ ମୃତ୍ୟୁ ବରଣ କରିଥିବା ୩ ଜଣ ଗଞ୍ଜାମ ଜିଲା ବୋଲଇ ଜଣାପଡିଛି। ଯାହା ଫଳରେ ଗଞ୍ଜାମ ଜିଲାରୁ ବର୍ତ୍ତମାନ ସୁଦ୍ଧା ୩୯ ଜଣ ଆକ୍ରାନ୍ତଙ୍କର ମହାମାରୀ କରୋନାରେ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮,୩୬୦ଜଣ ଚିକିତ୍ସାଧୀନ ଥିବାବେଳେ ୪,୬୭୭ ଜଣ ସୁସ୍ଥ ହୋଇଛନ୍ତି। ୬୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨୦ ଜଣ କରୋନାରେ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ଘଟି ଥିବା ସୂଚନା ଦିଆଯାଇଛି।