ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର ଆଉ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨ଜଣ କରୋନା ରୋଗୀ ବେଲେଶ୍ବର ଜିଲାର ହୋଇଥିବାବେଳେ ଅନ୍ୟ ଜଣେ କରୋନା ରୋଗୀ କଟକ ଜିଲା ତିଗିରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ବାଲେଶ୍ବର ଜିଲାର ୨ଜଣ କରୋନା ରୋଗୀଙ୍କ ମଧ୍ୟରେ ଜଣେ ମହିଳା(୫୦) ଓ ପୁରୁଷ(୨୬)। ସେହିପରି କଟକ ଜିଲା ତିଗିରିଆ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପୁରୁଷ କରୋନା ରୋଗୀଙ୍କ ବୟସ (୩୪) ହୋଇଥିବା ବେଳେ ସେ ସୁରତରୁ ଫେରିଛନ୍ତି। ଏଥିସହ ରାଜ୍ୟରୋ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ବିଟ କରି ଜଣାଇଛି ।

Comments are closed.