ସ୍କୁଲ ପରିସରରେ ନାବାଳିକା ଛାତ୍ରୀଙ୍କୁ ୩ ନାବାଳକ ଛାତ୍ରଙ୍କ ଅସଦାଚରଣ

ସୋର: ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ପରିସରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସ୍କୁଲ ପରିସରରେ ଜଣେ ନାବାଳିକା ଛାତ୍ରୀଙ୍କୁ ୩ ନାବାଳକ ଛାତ୍ର ଅସଦାଚରଣ କରିଛନ୍ତି। ଏ ନେଇ ଛାତ୍ରୀ ଜଣକ ଘରେ ଜଣାଇବା ପରେ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ୩ ନାବାଳକ ଛାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଛି। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ସ୍କୁଲ କର୍ତ୍ତୃପକ୍ଷ ପୂର୍ବରୁ ମଧ୍ୟ ଏହି ଘଟଣା ଲୁଚାଇଥିବା ନେଇ ଅଭିଯୋଗ ହୋଇଛି।

Comments are closed.