ଡିସେମ୍ବର ଯାଏଁ ଗାଡି ମାଲିକଙ୍କୁ ଆଶ୍ବସ୍ତି, ବଢିଲା କାଗଜପତ୍ରର ବୈଧତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ମୋଟର ଯାନ ସମ୍ପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ପରି କାଗଜପତ୍ରର ବୈଧତା ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ମାହାମାରୀ ସମୟରେ ସରାକାରଙ୍କ ଏପରି ନିଷ୍ପତିପରେ ଗାଡି ମାଲିକଙ୍କୁ ଆଶ୍ବସ୍ତି ମିଳିଛି ।


ଏହା ପୂର୍ବରୁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଲକ୍‌ଡାଉନ୍‌ ମଧ୍ୟରେ ବୈଧତା ସରିଥିବା ଗାଡିର ଡ୍ରାଇଭିଂ ଲାଇସେନ୍ସ, ଆରସି, ଫିଟନେସ୍‌ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟ କାଗଜପତ୍ରର ବୈଧତା ୨୦୨୦ ଜୁନ ୩୦ ପର୍ଯ୍ୟ ବୃଦ୍ଧି କରିଥିଲେ। ହେଲେ  ପୁଣି ଥରେ ଅବଧିକୁ ବୃଦ୍ଧି କରାଯାଇଥିଲା। ଏହାପରେ ସରକାର ତୃତୀୟ ଥର ପାଇଁ ଏହି ସମୟ ସୀମାକୁ ବଢାଇ ୨୦୨୦ ଡିସେମ୍ବର ୩୧ କରିଛନ୍ତି। ସରକାର ବିଜ୍ଞପ୍ତିରେ କହିଛନ୍ତି ୨୦୨୦ ଫେବୃଆରୀ ୧ରେ ବୈଧତା ସରିଥିବା କିମ୍ବା ଏବେ ସରୁଥିବା ଗାଡି କାଗଜପତ୍ରର ବୈଧତା ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ।

Comments are closed.