କାଳ ହେଲା ପାଣି ଟାଙ୍କି ଟ୍ରିପର ଉପରେ ବସି ଯାତ୍ରା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଶ୍ରମିକ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ପାଣି ଟାଙ୍କି ଟ୍ରିପର ଉପରେ ବସି ଆସିବା ସମୟରେ ଟିକିରି ଦୋରା ସାହି ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଶ୍ରମିକ ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମିଳିଥିବା ସୂଚନା ଅନୁଯାଇ ଫୁଲଯବା ଗ୍ରାମ ନାକଟରେ କେଆର ରେଳ ଲାଇନ ବ୍ରିଜ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ କୌଣସି କାର୍ଯ୍ୟରେ ଯାଇ ପାଣି ଟାଙ୍କି ଟିପରେ ଉପରେ ବସି ଟିକିରିକୁ ଆସୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଦୁର୍ଘଟଣା ସ୍ଥଳରୁ ପାଣି ଟ୍ୟାଙ୍କ ଟିପର ଫେରାର ହୋଇଯାଇଥିବା ବେଳେ ଟିିକରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.