ଉଚ୍ଛେଦ ବେଳେ ଜେସିବିରେ ଚାପି ହୋଇ ଜଣେ ଶ୍ରମିକ ମୃତ, ୩ ଗୁରୁତର

ଅନୁଗୁଳ: ରାସ୍ତା ପ୍ରଶସ୍ତୀକରଣ ବେଳେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ବଅଁରପାଳ ଥାନା ବୁଢାପଙ୍କ ଗାଁ ଛକ ନକଟରେ ଅଘଟଣ ଘଟିଛି। ଜେସିବିରେ ଦୋକାନ ଘର ଛାତ ଭାଙ୍ଗିବା ସମୟରେ ଭଗ୍ନାଂଶ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ମେଡିକାଲକୁ ସ୍ଥାନନ୍ତର କରାଯାଇଛି।

Comments are closed.