ଟ୍ରେନ ଧକ୍କାରେ ୩ ବାଇକ ଚୁରମାର ; ୩ ଆହତ

ରାଜଗାଙ୍ଗପୁର : ରାଜଗାଙ୍ଗପୁରରେ ଦୂରନ୍ତ ଏକ୍ସପ୍ରେସ ଧକ୍କାରେ ୩ ବାଇକଆରୋହୀ ଆହତ ହୋଇଛନ୍ତି । ରାଜଗାଙ୍ଗପୁର ରେଳ ଫାଟକର ଗଳା ବାଟ ଦେଇ ପାରିହେଉଥିବା ବେଳେ ହାଓଡା ବମ୍ବେ ଦୂରନ୍ତ ଟ୍ରେନ ଧକ୍କାରେ ୩ଟି ବାଇକ ଚୁରମାର ହେବା ସହିତ ୩ ଜଣ ଆହତ ହୋଇଛନ୍ତି ।  ଏମାନେ ରାଜଗାଙ୍ଗପୁର କୁମାର କେଲା ଅଂଚଳର ବୋଲି ଜଣାପଡିଛି ।
ଫାଟକ ଗଳି ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ୩ ବାଇକ ଆରୋହୀଙ୍କୁ କିଛି ବାଟ ଟ୍ରେନ ଘୋଷାଡି ନେଲା । ଫଳରେ ୩ ଜଣ ଆହତ ହେବା ସହ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

Comments are closed.