ବାଇକ୍‍ ଦୁର୍ଘଟଣାରେ ୩ ଆହତ

ଫୁଲବାଣୀ/ଦାରିଙ୍ଗବାଡି: ଦାରିଙ୍ଗବାଡ଼ି ଡ଼ବେରି ବାଲାପଙ୍କା ଛକ ନିକଟରେ ଏକ ବାଇକ୍‍ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତ ଜଣକ ହେଲେ ଗାରଗାବାଡ଼ି ଗ୍ରାମର ଆୟୁଷ୍ମାନ୍‍ ନାୟକ ଓ ଅନ୍ୟ ଆହତମାନେ ହେଲେ ରଞ୍ଜିତ ନାୟକ ଓ ଶିବୁନ ନାୟକ। ନିଜ ଗ୍ରାମରୁ ଦାରିଙ୍ଗବାଡ଼ି ପଟେ ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖେଣାହାରିମାନେ ପ୍ରକାଶ କରିଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଦାରିଙ୍ଗବାଡ଼ି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ପ୍ରକାଶ।

Comments are closed.