ଆମ୍ବ ଗଛରେ ପିଟି ହେଲା ବାଇକ; ଯୁବକ ମୃତ, ୨ ଆହତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତର ହାତୀମୁଣ୍ଡା ବୁଲାଣିରେ ଗୋଟିଏ ଆମ୍ବଗଛରେ ବାଇକ୍‌ ପିଟି ହୋଇଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ସିଙ୍ଗାରି ପଞ୍ଚାୟତ କାଙ୍ଗସିରି ଗାଁକୁନାକା ସିତା, ଚଞ୍ଚଳା କରକରିଆ(୧୮), ପଦ୍ମାବତୀ ମାଝୀ(୧୫) ଏକ ବାଇକରେ କମ୍ପ୍ୟୁଟର କ୍ଲାସ କରିବା ପାଇଁ କଲ୍ୟାଣସିଂହପୁର ଯାଉଥିଲେ। ହାତୀମୁଣ୍ଡା ନିକଟ ବୁଲାଣିରେ ବାଇକ୍‌ ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ଯାକ ଛିକିଟି ପଡ଼ିଥିଲେ।

ନିକଟସ୍ଥ ଗାଁ ଲୋକେ ଦେଖି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚଞ୍ଚଳାଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ କୁନାକାଙ୍କ ଅଣ୍ଟା ଏବଂ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ତେବେ ରାୟଗଡ଼ା ସ୍ଥାନାନ୍ତର ସମୟରେ କୁନାକାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.