ବାଇକ ଦୁର୍ଘଟଣାରେ ୩ ଗୁରୁତର

ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅନ୍ତର୍ଗତ ଖରଲିଙ୍ଗ ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପିରତି ବିଡ଼ିକା, ସ୍ତ୍ରୀ ରାଜେଶ୍ମି ବିଡ଼ିକା ଓ ତାଙ୍କ ଝିଅ ପ୍ରୀତି ବିଡ଼ିକା ଗୁଣପୁର ବ୍ଲକ ଚିନାସାରି ପଞ୍ଚାୟତର ପଦାସାହି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବାଇକ ଯୋଗେ ଫେରୁଥିଲେ। ଖରଲିଙ୍ଗ ଗ୍ରାମ ନିକଟରେ କୌଣସି ଏକ ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୀରତି ଏବଂ ପ୍ରୀତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।