୬ ଜିଲା ସ୍ଥିତି ପରଖିବେ ୩ ଆଇଏଏସ୍‌

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗୁଡୁଥିବାରୁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ୬ ଜିଲା ଦାୟିତ୍ବ ଦିଆଯାଇଛି। ଏବେ ମୁଖ୍ୟତଃ ଛତିଶଗଡ଼ ସୀମାବର୍ତ୍ତୀ ଜିଲା ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲା ଦାୟିତ୍ବ ଦିଆଯାଇଛି। ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍‌ଙ୍କୁ ସମ୍ବଲପୁର, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲା ଦାୟିତ୍ବ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ତିନି ଜିଲା ଗସ୍ତରେ ଶୁକ୍ରବାର ଯାଇଛନ୍ତି। ଜିଲା ବୁଲି କୋଭିଡ୍‌-୧୯ ସ୍ଥିତି, ପ୍ରସ୍ତୁତି, ଟିକାକରଣର ସମୀକ୍ଷା କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ।

Comments are closed.