ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ଦେୟ ଛାଡ଼ ଦାବିରେ ଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଟକ :  ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ପାଇଁ ଦେୟ ଛାଡ଼ କରିଛନ୍ତି। ଉତ୍କଳ ବିଶ୍ବ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ପାଇଁ ଦେୟ ଛାଡ଼ କରି ଦିଆଯାଇଛି। ତେବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ ନିର୍ଦେଶନାମା ପ୍ରକାଶ କରାଯାଇନାହିଁ କିମ୍ବା ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ଦେୟ ଛାଡ଼ କରାଯାଉନାହିଁ।

ଫଳରେ କଟକ ଜିଲା ମାହାଙ୍ଗା ବ୍ଲକ ସ୍ଥିତ ମାହାଙ୍ଗା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ଦେୟ ଛାଡ଼ ଦାବିରେ ଛାତ୍ରୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରୀମାନେ ମୁଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Comments are closed.