ମାଛଧରା ଡଙ୍ଗାକୁ ଧକ୍କା ଦେଲା ଜାହାଜ: ୩ମୃତ

0

କୋଚ୍ଚି: କେରଳ ସମୁଦ୍ର ତଟରୁ ୨୮କିମି ଦୂର ସମୁଦ୍ର ମଧ୍ୟରେ ମଙ୍ଗଳ ବାର ଭୋର ୪ଟା ବେଳେ ଏକ ମାଛ ଧରୁଥିବା ଡଙ୍ଗାକୁ ଜାହାଜ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଡଙ୍ଗାଟି ତଟବର୍ତ୍ତୀ ଅଞ୍ଚଳରୁ ୨୮କିମି ଦୂରରେ ମାଛ ଧରୁଥିବାବେଳେ ହଠାତ୍‍ ଏହି ଜାହାଜଟି ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଅନ୍ୟାନ୍ୟ ମାଛ ଧରୁଥିବା ଡଙ୍ଗାମାନଙ୍କ ସହାୟତାରେ ୫ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅଜ୍ଞାତ ଜାହାଜର ବିବରଣୀ ମୁମ୍ବଇ ବନ୍ଦରକୁ ପ୍ରଦାନ କରାଯାଇଛି। ଉଦ୍ଧାର ହୋଇଥିବା ୫ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply