୧.୩୮ କିଗ୍ରା ନିଶା ସାମଗ୍ରୀ ଜବତ : ୩ ଗିରଫ

କଟକ : ସଂଗଠିତ ଅପରାଧ ତଥା ଅବୈଧ ଡ୍ରଗ୍ସ କାରରବାର ବିରୋଧରେ ଅଭିଯାନ ଆରମ୍ଭ କରି କଟକ ପୁଲିସ ସୋମବାର ୩ ଜଣଙ୍କୁ ଗିରଫ କରିଛି। ଜଳେଶ୍ୱରର ୩ଜଣ ନିଶା ବେପାରୀଙ୍କୁ ସିଡିଏ-୨ ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୧ କେଜି ୩୮ ଗ୍ରାମ ବ୍ରାଉନ ସୁଗର ତଥା ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ କରାଯାଇଛି। ଏହା ବ୍ୟତୀତ ଅପରାଧୀମାନଙ୍କଠାରୁ ଏକ କାର, ବାଇକ, ମୋବାଇଲ ଫୋନ ଜବତ କରାଯାଇଛି।


କଟକ-ଭୁବନେଶ୍ୱର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଅପରାଧୀମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ନିଶା କାରବାର ରୋକିବା ଦିଗରେ ପୁଲିସ ତା’ର ଅଭିଯାନ ଜାରି ରଖିଛି।

Comments are closed.