ପାରିବାରିକ କଳହର ଚରମ ପରିଣତି, ଟ୍ରେନ୍ ଆଗକୁ ପୁଅ-ଝିଅଙ୍କୁ ଠେଲି ବାପାର ଆତ୍ମହତ୍ୟା

କାଶୀପୁର: ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା ଟ୍ରେନରେ ଆତ୍ମହତ୍ୟା କରିବା ଘଟଣା କୋଟାପୁର ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗରାମ ରେଳ ଷ୍ଟେସନ ନିକଟରେ ଘଟିଛି। ରେଳଧାରଣାରୁ ରେଳବାଇ ପୋଲିସ ୩ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।ସକାଳ ପ୍ରାୟ ୯ଟା। ସିଙ୍ଗରାମ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ ପୁଡାପାଡି ଗାଁ କେଶବ ସୁବୁଦ୍ଧି। ସାଙ୍ଗରେ ଥିଲେ ୧୨ ବର୍ଷର ଝିଅ ଓ ୫ ବର୍ଷର ପୁଅ। କିଛି ସମୟ ପରେ ଆସିଥିଲା ଏକ ମାଳବାହୀ ଟ୍ରେନ୍। ହଠାତ୍ ପୁଅ ଓ ଝିଅଙ୍କୁ ଟ୍ରେନ୍ ଆଗକୁ ଠେଲି କେଶବ ଡେଇଁ ପଡିଥିଲେ। ଟ୍ରେନ୍ ଚକତଳେ ବାପା, ପୁଅ ଓ ଝିଅ କଟିଯାଇଥିଲେ।

ପାରିବାରିକ କଳହକୁ କେନ୍ଦ୍ରକରି କେଶବ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଘଟଣାସ୍ଥଳରେ ଆରପିଏଫ ଓ ଲକ୍ଷ୍ମୀପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ତାଙ୍କ ଘର କୋରାପୁଟ ଜିଲାରେ ହୋଇଥିବା ବେଳେ ସେ ପୁଡାପାଡି ଗ୍ରାମଠାରେ ରହିଆସୁଥିଲେ।

Comments are closed.