ହୋଲି ଦୁର୍ଘଟଣା : କେନ୍ଦୁଗୁଡା ଡ୍ୟାମରେ ବୁଡି ୩ଜଣଙ୍କର ମୃତ୍ୟୁ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁରରେ ହୋଲି ଅଘଟଣରେ ୩ ଜଣଙ୍କର ଜୀବନ ଯାଇଛି। ହୋଲି ଖେଳି ସାରି ଗାଧୋଇବାକୁ ଯାଇ କେନ୍ଦୁଗୁଡା ଡ୍ୟାମରେ ବୁଡି ୩ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ସାଙ୍ଗ ହୋଲି ଖେଳି ସାରି କେନ୍ଦୁଗୁଡା ଡ୍ୟାମରେ ଗାଧୋଉ ଥିବାବେଳେ  ବୁଡି ଯାଇଥିଲେ। ପାଖରେ ଥିବା ଲୋକମାନେ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କର ଏବଂ ଡାକ୍ତରଖାନରେ ଜଣଙ୍କର ମୃତ୍ୟୁ ଘଟିଥିଲା।

Comments are closed.