ବାଇକୁ ଧକ୍କା ଦେଇ ଖାଇକୁ ଖସିଲା ଯାତ୍ରୀବାହୀ ଗାଡି; ୩ ମୃତ

0

ଲକ୍ଷ୍ମୀପୁର : ଦ୍ରୁତ ଗତିରେ ଯାଉଥିବା ଏକ ଟାଟା ମେଜିକ ବାଇକକୁ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଘଟିଥିବା ଜଣ ବ୍ୟକ୍ତି ବଇକରେ ଯାଉଥିବା ଜଣାପଡିଛି । ଟାଟା ମେଜିକରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲାରେ ଘଟିଛି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲାର ଶାହଜାହାଁପୁର ରାସ୍ତାରେ ଧ୍ରୁତ ଗତିରେ ଯାଉଥିବା ଏକ ଟାଟା ମେଜିକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକରେ ଯାଉଥିବା ସ୍ବାମୀ, ସ୍ତ୍ରୀ ଓ ଦିଅରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟାଟା ମେଜିକ ୧୫ ଫୁଟ୍ ଗଭୀର ଖାଇ ମଧ୍ୟକୁ ଓଲଟି ପଡିଥିଲା । ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟାଟା ମେଜିକରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଶହାଜାହାପୁର ମେଡିକାଲକୁ ପଠାଯାଇଛି ।

Leave A Reply