ସାପ କାମୁଡ଼ାରେ ୩ ମୃତ

ବାଲେଶ୍ବର/ନବରଙ୍ଗପୁର : ସାପ କାମୁଡ଼ାରେ ପୃଥକ ପୃଥକ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବାଲେଶ୍ବର ଜିଲା ସୋର ନିକଟତବର୍ତ୍ତୀ ଅଞ୍ଚଳରେ ଶନିବାର ସକାଳେ ଶୌଚ ଯାଇଥିବ ବେଳେ ମହିଳାଙ୍କୁ ବିଷଧର ସାପ ଦଂଶିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ମହିଳାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ଭହିଳା ଜଣଙ୍କ ଚମ୍ପୁ ଗ୍ରାମର କୈଳାସ ସାହୁଙ୍କ ସ୍ତ୍ରୀ ଭାରତୀ ବୋଲି ଜଣାପଡିଛି । ସେହିପରି ନବରଙ୍ଗପୁର ଜିଲା ଉମରକୋଟରେ ସାପ କାମୁଡାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।

Comments are closed.