ବାଲିପଟା ଜଙ୍ଗଲରୁ ୩ ଝୁଲନ୍ତା ମୃତ ଦେହ ଉଦ୍ଧାର; ମୃତକଙ୍କ ମଧ୍ୟରେ ୨ ଯୁବକ ଓ ଜଣେ ଯୁବତୀ

ଅନୁଗୁଳ ଛେଣ୍ଡିପଦା ଥାନା ବାଲିପଟା ଜଙ୍ଗଲରୁ  ମୃତଦେହ ଉଦ୍ଧାର କରିଛି ପୁଲିସ । ୩ ଜଣ ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବକ ଥିବା ବେଳେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତଦେହଗୁଡ଼ିକ ପଚିସଢ଼ି ଯାଇ ପ୍ରଚଣ୍ଡ ଗନ୍ଧ ହେଉଥିବାରୁ ଏହି ଯୁବକଯୁବତଙ୍କ ମୃତ୍ୟୁ ସପ୍ତା​‌ହେ ତଳୁ ହୋଇଥିବା ଅନୁମାନ କରାଯାଉଛି । ଜଙ୍ଗଲକୁ କୌଣସି କାରଣରୁ ଯାଇଥିବା କିଛି ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ ।

କିଛି ଗ୍ରମବାସୀ ଜଙ୍ଗଲ ଭିତର ଦେଇ କୌଣସି କାମରେ ଯାଇଥିବା ବେଳେ ମୃତଦେହ ଗୁଡ଼ିକ ଝୁଲୁଥିବା ଦେଖିବାକୁ ପାଇଥିଲେ । ଗୋଟିଏ ଡାଳରେ ଜଣେ ଯୁବକ ଓ ଜଣେ ଯୁବତୀ ଏକା ସଙ୍ଗେ ବେଗରେ ଦଉଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଜଣେ ଯୁବକ ଅନ୍ୟ ଏକ ଗଛ ଡାଳରେ ବହୁ ଉପରେ ଠିକ୍‌ ସେହିଭଳି ଝୁଲିଥିବା ଦେଖାଯାଇଛି । ମୃତକମାନେ ନିକଟସ୍ଥ ଗାଁ ବାଲିପଶିର ବୋଲି ଅନୁମାନ କରାଯାଉଛି । ତେବେ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ଏବେ ବି ସନ୍ଦେହ ଘରରେ ରହିଛି ।

Comments are closed.