ପାକିସ୍ତାନରେ ବିସ୍ଫୋରଣ; ୩ମୃତ, ୧୬ ଗୁରୁତର

ଇସଲାମାବାଦ : ପାକିସ୍ତାନ କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳର ମାସ୍କାନ ଚୋରାଙ୍ଗି ନିକଟରେ ଥିବା ଏକ କୋଠାରେ ବୁଧବାର ସକାଳେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ପଟେଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଲିଣ୍ଡର ଥିବା କୋଠାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କୋଠା ମଧ୍ୟ ଭାଙ୍ଗିରୁଜି ଯାଇଥିବା ସୂଚନା ମିଳିଛି।

Comments are closed.