ନ୍ୟୁଜିଲାଣ୍ଡରେ ଲେଉଟିଲା କରୋନା ସଂକ୍ରମଣ, ଅକ୍ଲାଣ୍ଡରେ ଲାଗୁ ହେଲା ଲକ୍ଡାଉନ

ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ପୁଣି ଥରେ ଫେରିଛି। ଅକ୍ଲାଣ୍ଡ ସହରରେ କୋଭିଡ-୧୯ ମାମଲା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ରବିବାର ସହରରେ ୩ ଦିନ ପାଇଁ ଲକ୍ଡାଉନ ଲାଗୁ କରିଛନ୍ତି। ୧ ଲକ୍ଷ ୭୦ ହଜାର ଲୋକ ରହୁଥିବା ଏହି ସହରବାସୀଙ୍କୁ ରବିବାର ମଧ୍ୟରାତ୍ରରୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଲକ୍ଡାଉନରୁ ବାଦ୍ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଅନ୍ୟ ସାଂସଦମାନଙ୍କ ସହିତ ଏକ ଜରୁରୀ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ନିକଟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହା ଅଧିକ ସଂକ୍ରାମକ ହୋଇପାରେ। ସେଥିପାଇଁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ।