ବିଏମସିର ୨ କର୍ମଚାରୀ ଓ ଡ୍ରାଇଭରଙ୍କୁ କରୋନା

ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୩ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଇଞ୍ଜିନିୟର ଓ ଜଣେ ଡ୍ରାଇଭର ଥିବା ସୂଚନା ମିଳିଛି । ୩ଜଣ ଆକ୍ରାନ୍ତଙ୍କ ବାହାର ଜିଲ୍ଲାର ଟ୍ରାଭେଲ୍ ହିଷ୍ଟ୍ରି ଥିବା ସୂଚନା ମିଳିଛି । ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଇଞ୍ଜିନିୟରିଂ ବିଭାଗକୁ ସିଲ୍ କରାଯାଇଛି । ଇଞ୍ଜିନିୟର ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସୂଚନା ଦେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Comments are closed.