ଜାମ୍ମୁକାଶ୍ମୀରରେ ୩ ବିଜେପି ନେତାଙ୍କୁ ଗୁଳିକରି ହତ୍ୟାକଲେ ଆତଙ୍କବାଦୀ

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ନିୟମିତ ଭାବରେ ବିଜେପି ନେତାମାନଙ୍କୁ ନିଶାଣ କରିଛନ୍ତି । ଗୁରୁବାର ରାତିରେ କୁଲଗାଁଓରେ ଆତଙ୍କବାଦୀମାନେ ୩ ଜଣ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପି ଯୁବମୋର୍ଚା ମହାସଚିବ ଫିଦା ହୁସେନ, ତାଙ୍କର ସହଯୋଗ ରସିଦ ବେଗ ଓ ଉମର ରମଜାନ ହାଜମ ରହିଛନ୍ତି । ଏହି ଆକ୍ରମଣ ଓ ହତ୍ୟାକାଣ୍ଡପରେ ପୁରା ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ପୁଲିସ ଓ ସେନାବାହିନୀ ପକ୍ଷରୁ ପୁରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ ଅପରେସନ ଆରମ୍ଭ ହୋଇଛି ।

Comments are closed.