କାର ସହ ୭୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ମଇଦଳପୁର ଫାଣ୍ଡି ନିକଟରେ କୌଣସି ସୂତ୍ରରୁ ଖବର ପାଇ ଏକ କଳା ରଙ୍ଗର କାରକୁ ଜବତ କରି ୭୦ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ପାପଡାହାଣ୍ଡି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ମଧ୍ୟାହ୍ନ ୧ ଘଣ୍ଟା ସମୟରେ ମଇଦଳପୁର ଫାଣ୍ଡି ନିକଟରେ ଜଗି ରହିଥିବା ବେଳେ ଜୟପୁର ପଟୁ ଏକ କଳା ରଙ୍ଗର କାରକୁ ଅଟକାଇ ଗାଡିକୁ ଥାନାକୁ ନେଇଥିଲା। ସେଥିରେ ଗଂଜେଇ ଥିବା ଅନୁମାନ କରି ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀଙ୍କ ଉପସ୍ଥିତରେ ଗାଡିର ଡୋର ଭିତରେ ଲୁଚାଇ ନେଉଥିବା ୭୦କେଜି ଗଂଜେଇକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଉତ୍ତରପ୍ରଦେଶ ଅଂଚଳର ୩ଜଣ ବ୍ୟକ୍ତି ମହମ୍ମଦ ସାଇଦ(୩୦), ଦୀପକ ସିଂ(୨୬), ଜିତ ଲାଲ(୨୪)କୁ ଗିରଫ କରିଛି । ଗଂଜେଇ ସବୁ ଜୟପୁର ଅଂଚଳରୁ ନେଇ ଉତ୍ତର ପ୍ରଦେଶକୁ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଚଢାଉ ସମୟରେ ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଧୁ ଶବର, ମଇଦଳପୁର ଫାଣ୍ଡି ଅଧିକାରୀ ଅନକ୍ଷମୁ ଦିଆନ ଏବଂ ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।

Comments are closed.