ଅବକାରୀ ଚଢଉ, ଚୋରା ମହୁଲି ମଦ ସହ ୩ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢଉ କରି ଚୋରା ମହୁଲି ମଦ ଜବତ କରିବା ସହ ୩ ଜଣ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭୀମାପଡାର ଅଭିରାମ ମହାନ୍ତ, ଭୃଙ୍ଗରାଜପଶିର ଚନ୍ଦ୍ରଶେଖର ନାଏକ ଓ ତୁରୁମୁଙ୍ଗାର ଗୋଲଖ ବିହାରୀ ସାହୁ ବୋଲି ଜଣାପଡିଛି। ଏମାନଙ୍କୁ ଚୋରା ମହୁଲି ମଦ କାରବାର ଅଭିଯୋଗରେ ଗିରଫ କରିଛି ଅବକାରୀ ବିଭାଗ। ଆଜି ପୂର୍ବାହ୍ନରେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡିଙ୍କ ନେତୃତ୍ବରେ ଅବକାରୀ ଏଏସ୍ଆଇ ଜଗନ୍ନାଥ ଭିତିରିଆ, କନେଷ୍ଟବଳ ଆରତୀ ବେହେରା ଓ ମିଥୁନ କୁମାର ଜେନା ପ୍ରମୁଖ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢଉ କରିଥିଲେ।

Comments are closed.