ନାବାଳିକାକୁ ଗଣବଳାତ୍କାର ଅଭିଯୋଗରେ ୩ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୫ବର୍ଷର ନାବାଳିକାକୁ ଗଣବଳାତ୍କାର କରାଯିବା ଅଭିଯୋଗରେ ସ୍ଥାନୀୟ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ନରସିଂହପୁର ପଞ୍ଚାୟତ ଅଧୀନ ତିନିଦେଶ ଗାଁର ଜଣେ ନାବାଳିକାକୁ ମିତ୍ରପୁର ନିକଟ ଏକ ଖାଦାନ ପାଖରେ ସେହି ଅଞ୍ଚଳର ବେନା ଓରଫ ଧୂଷା ସାହୁ ଗତ ୫ତାରିଖରେ ବଳାତ୍କାର କରିଥିଲା। ଏଭଳି କୁକର୍ମରେ ମାନସିକ ଆଘାତ ପାଇଥିବା ନାବାଳିକା ଜଣକ ଘରକୁ ନଯାଇ ବାଲେଶ୍ୱରକୁ ଚାଲି ଯାଇଥିଲେ। କିନ୍ତୁ ମନ ପରିବର୍ତ୍ତନ କରି ପୁଣି ସନ୍ଧ୍ୟାରେ ଫେରି ଆସିଥିଲେ। ନାବାଳିକା ଜଣକ ଏକୁଟିଆ ଯାଉଥିବା ସୁଯୋଗରେ ମଛୁଆ ଗାଁର ମଣ୍ଟୁ ଦାସ ଏବଂ ବାବୁ ଓରଫ ପୁରସ୍ତମ ରଣସିଆ ତାଙ୍କୁ ଏକ ମନ୍ଦିର ପାଖରେ ବଳାତ୍କାର କରିଥିଲେ। ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତା ନାବାଳିକା ଘରେ ଆସି କହିବାରୁ ତାଙ୍କ ମା’ ନୀଳଗିରି ଥାନାରେ ଏକ ଏତଲା ଦାଏର କରିଥିଲେ। ଏନେଇ ଥାନା ସବଇନ୍ସପେକ୍ଟର ବାସୁଦେବ ଜୟସିଂ ଏକ ଗଣବଳାତ୍କାର ମାମଲା ରୁଜୁ କରି ଉପରୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

Comments are closed.